ସଚେତନତା ସୃଷ୍ଟି କରିବାର ଏକ ଭାଗ ଭାବରେ ଆମେ ବ୍ୟବହାରକାରୀମାନଙ୍କୁ ଭାଇରସ୍ ଆକ୍ରମଣରୁ ରକ୍ଷା ପାଇବା ପାଇଁ ସଫ୍ଟୱେର୍ ଅପଡେଟ୍ ରଖିବାକୁ ପରାମର୍ଶ ଦେଇଥାଉ। ଠକମାନେ ଚତୁର ଯୋଜନା ସହିତ ବ୍ୟବହାରକାରୀମାନଙ୍କୁ ନକଲି ଟେକ୍‌ ସପୋର୍ଟ ବୋଲି କହି ଠକିଥାନ୍ତି।  ଯଦି ଆପଣ ବଜାରରେ ଏକ ଲୋକପ୍ରିୟ ଆଣ୍ଟିଭାଇରସ୍ କିମ୍ବା ଆଣ୍ଟି-ମାଲୱେର୍ ଉତ୍ପାଦ ଡାଉନଲୋଡ୍ କରିବାକୁ ଚାହୁଁଛନ୍ତି, କ୍ଲିକ୍ କରିବା ପୂର୍ବରୁ ସତର୍କ ରୁହନ୍ତୁ। ଏକ ନୂତନ ପ୍ରକାରର ଠକେଇ ଅଛି ଯାହା ବିଷୟରେ ଅଧିକାଂଶ ଇଣ୍ଟରନେଟ୍ ବ୍ୟବହାରକାରୀମାନେ କମ୍ ଜାଣିଥିବେ । ଏହାକୁ ଟେକ୍ ସପୋର୍ଟ ଫ୍ରଡ୍‌ କୁହାଯାଏ।

ଟେକ୍ ସପୋର୍ଟ ଫ୍ରଡ୍‌ ବଢ଼ିବାରେ ଲାଗିଛି ଏବଂ ଏହା ଅଧିକ ଅତ୍ୟାଧୁନିକ ହେବାରେ ଲାଗିଛି। ଯେତେବେଳେ ଅପରାଧୀମାନେ ଗ୍ରାହକ, ସୁରକ୍ଷା କିମ୍ବା ଟେକ୍‌ ସପୋର୍ଟ ପ୍ରତିନିଧୀ ଭାବରେ ନିଜକୁ ଉପସ୍ଥାପିତ କରନ୍ତି ସେତେବେଳେ ଏହା ଘଟିଥାଏ। ନକଲି କଲ୍ ସେଣ୍ଟର ଗ୍ରାହକଙ୍କୁ ଆଲର୍ଟ ପଠାଇଥାଏ ଯେ ସେମାନଙ୍କର ବ୍ୟକ୍ତିଗତ କମ୍ପ୍ୟୁଟର (PC)ରେ ସମସ୍ୟା ଅଛି ଏବଂ ତୁରନ୍ତ ଟେକ୍‌ ସପୋର୍ଟ ଆବଶ୍ୟକ। ସେମାନେ ଏକ ଇମେଲ୍ କିମ୍ବା ବ୍ୟାଙ୍କ ଆକାଉଣ୍ଟ କିମ୍ବା ଏକ ସଫ୍ଟୱେର୍ ଲାଇସେନ୍ସ ନବୀକରଣ ସହିତ ମଧ୍ୟ ସହାୟତା ପ୍ରଦାନ କରିପାରନ୍ତି। କିନ୍ତୁ ପ୍ରକୃତରେ ଟେକ୍ ସପୋର୍ଟ ଠକମାନେ ସେମାନଙ୍କୁ ସାହାଯ୍ୟ କରିବା ନାମରେ ମହଙ୍ଗା ଟେକ୍‌ ସାର୍ଭିସ୍‌ ବିକ୍ରି କରୁଛନ୍ତି। ଏବଂ ସେମାନେ ଲୋକମାନଙ୍କୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି ଯେ ସେମାନେ ନିଜ ଡିଭାଇସରେ ରିମୋଟ ଆକ୍ସେସ୍ ପ୍ରଦାନ କରିବେ ଯାହାଦ୍ୱାରା ସେମାନେ ସେମାନଙ୍କର ଡାଟା ପର୍ଯ୍ୟନ୍ତ ଅନଧିକୃତ ଭାବେ ପ୍ରବେଶ କରିପାରିବେ।

Page Rating (Votes : 0)
Your rating: