ଡାଟାର ଉଲ୍ଲଂଘନ ଏବଂ ଗୋପନୀୟ ସୂଚନା ଚୋରି କରିବା ପାଇଁ କୌଣସି ଭୌତିକ କିମ୍ବା ସାଇବର ଅପରାଧକୁ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ କୌଣସି କରୁଥିବା ଅନଧିକୃତ ବ୍ୟକ୍ତି ସଂଗଠନ କିମ୍ୱା ଭବନରେ ପ୍ରବେଶ ପ୍ରାପ୍ତ କରିବାକୁ ଟେଲଗେଟିଂ କୁହାଯାଇଥାଏ।

ଏହି ପ୍ରକାର ଠକେଇରେ ଠକ ଜଣକ ଏକ ପ୍ରତିବନ୍ଧିତ କ୍ଷେତ୍ରରେ ପ୍ରବେଶ କରିବାକୁ ଚେଷ୍ଟା କରିଥାଏ ଯେଉଁଠାରେ ଆକ୍ସେସ୍‌କୁ ସଫ୍ଟୱେର୍ ଆଧାରିତ ଇଲେକ୍ଟ୍ରୋନିକ୍ ଉପକରଣ ଦ୍ୱାରା ନିୟନ୍ତ୍ରିତ କରାଯାଇଥାଏ। ଯେହେତୁ କେବଳ ପ୍ରାଧିକୃତ ବ୍ୟକ୍ତିମାନେ ଆକ୍ସେସ ପାଇବାର ଅଧିକାର ରଖିଥାନ୍ତି, ସାଇବର ଅପରାଧୀମାନେ କେବଳ ଆକ୍ସେସ୍‌ ପାଇଁ ପ୍ରାଧିକୃତ ବ୍ୟକ୍ତିଙ୍କ ମଧ୍ୟରୁ କୌଣସି ଜଣଙ୍କର ପଛରେ ପଡ଼ି ତାଙ୍କୁ ଜାଲରେ ପକାଇଥାନ୍ତି ଏବଂ ବୋକା ବନାନ୍ତି।