ଏକ ପାସୱାର୍ଡ ସାଧାରଣତଃ ଅକ୍ଷରଗୁଡ଼ିକର ଏକ ଷ୍ଟ୍ରିଙ୍ଗ ଅଟେ ଯାହାକୁ ଏକ ବ୍ୟବହାରକାରୀଙ୍କୁ ନିଜର ପରିଚୟ ନିଶ୍ଚିତ କରିବା ଏବଂ ଏକ ସିଷ୍ଟମ କିମ୍ବା ସେବାକୁ ପ୍ରବେଶ କରିବା ପାଇଁ ପ୍ରଦାନ କରାଯିବା ଆବଶ୍ୟକ। ଏହା ସାଇବର ଦୁନିଆରେ ଆପଣଙ୍କର ସମ୍ପତ୍ତି କିମ୍ବା ସୂଚନାକୁ ଅନ୍ୟମାନଙ୍କଠାରୁ ରକ୍ଷା କରିବା ପାଇଁ ଏହା ଏକ କୌଶଳ ଭାବରେ କାମ କରେ। ପାସୱର୍ଡ ହେଉଛି ପ୍ରମାଣିକରଣର ଏକ ସାମାନ୍ୟ ପ୍ରକ୍ରିୟା, ଯାହାର ବ୍ୟବହାର ବ୍ୟବହାରକାରୀଙ୍କର ପରିଚୟ ଯାଞ୍ଚ କରିବା ପାଇଁ କରାଯାଇଥାଏ।

ଅକାଉଣ୍ଟ, ଫାଇଲ ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ସୂଚନାକୁ ସୁରକ୍ଷା ଦେବା ପାଇଁ ସାଧାରଣତଃ ପାସୱାର୍ଡ ବ୍ୟବହୃତ ହୋଇଥାଏ। ଶକ୍ତିଶାଳୀ ଏବଂ ବିଶେଷ ପାସୱାର୍ଡ ବ୍ୟବହାର କରିବା ଏବଂ ଏକାଧିକ ଅକାଉଣ୍ଟରେ ସମାନ ପାସୱାର୍ଡକୁ ପୁନଃବ୍ୟବହାର ନକରିବାରୁ ବଞ୍ଚିବା ଉଚିତ।

ବ୍ୟବହାର:

  • ପ୍ରମାଣିକରଣ - ଏକ ପାସୱାର୍ଡ ଡିଭାଇସ୍‌ର ମାଲିକ /ବ୍ୟବହାରକାରୀଙ୍କର ପରିଚୟକୁ ବିଶ୍ୱସନୀୟ ଭାବରେ ପ୍ରମାଣିତ କିମ୍ବା ବୈଧ କରିଥାଏ।
  • ଆକ୍ସେସ୍ - ଏକ ପାସୱାର୍ଡ ପ୍ରକୃତ ବ୍ୟବହାରକାରୀଙ୍କ ଦ୍ୱାରା ଡିଭାଇସକୁ ଆକ୍ସେସ୍‌ କରିବା ସୁନିଶ୍ଚିତ କରିଥାଏ।
  • ସୁରକ୍ଷା - ଏକ ପାସୱର୍ଡ ବ୍ୟବହାରକାରୀଙ୍କ ଆକ୍ସେସ୍‌କୁ ପ୍ରତିବନ୍ଧିତ କରି ଡାଟା, ନେଟୱର୍କ ଏବଂ ସୂଚନା ପାଇଁ ସୁରକ୍ଷା ସୁନିଶ୍ଚିତ କରିଥାଏ।