ଡାଟା ସୂଚନା କିମ୍ବା ତଥ୍ୟକୁ ସଂଦର୍ଭିତ କରେ ଯାହା ଏକ କମ୍ପ୍ୟୁଟର କିମ୍ବା ଅନ୍ୟ ମେସିନ୍ ଦ୍ୱାରା ପ୍ରକ୍ରିୟାକରଣ ହୋଇପାରେ।  ଏହା ବିଭିନ୍ନ ରୂପରେ ହୋଇପାରେ ଯେପରିକି ଟେକ୍ସଟ୍, ନମ୍ବର, ଇମେଜ , ଅଡିଓ, କିମ୍ବା ଭିଡିଓ। 

ଡାଟା ସଂଗ୍ରହ, ସଂରକ୍ଷଣ, ବିଶ୍ଳେଷଣ, ଏବଂ ନିଷ୍ପତ୍ତି ନେବା କିମ୍ବା ଅନ୍ତର୍ନିହିତ ଆବିଷ୍କାର ପାଇଁ ବ୍ୟବହାର କରାଯାଇପାରିବ ।  ସେନ୍ସର, ବ୍ୟବହାରକାରୀଙ୍କ ଇନପୁଟ୍ ଏବଂ ବାହ୍ୟ ଡାଟାବେସ୍ ସହିତ ବିଭିନ୍ନ ଉତ୍ସରୁ ତଥ୍ୟ ଆସିପାରେ ।  ଏହା ସଂଗଠନ, ବ୍ୟବସାୟ ଏବଂ ବ୍ୟକ୍ତିବିଶେଷଙ୍କ ପାଇଁ ଏକ ମୂଲ୍ୟବାନ ସମ୍ପତ୍ତି ଭାବରେ ବିବେଚନା କରାଯାଏ, ଯେହେତୁ ଏହା ନିଷ୍ପତ୍ତି ନେବାକୁ ଉନ୍ନତ କରିଥାଏ , ପ୍ରତିଯୋଗିତାମୂଳକ ସୁବିଧା ହାସଲ କରିବା ଏବଂ ଇନୋଭେସନ ଡ୍ରାଇଭ୍‌ରେ ବ୍ୟବହୃତ ହୋଇପାରିବ। 

ଡାଟା ସୁରକ୍ଷା ଅନଧିକୃତ ଆକସେସ, ବ୍ୟବହାର, ଡିସକ୍ଲୋଜର, ଡିସୁରପେସନ, ମୋଡିଫିକେସନ୍, କିମ୍ବା ଡିଷ୍ଟ୍ରକସନର  ସମ୍ବେଦନଶୀଳ ସୂଚନାର ସୁରକ୍ଷାକୁ ବୁଝାଏ । ଡାଟା ଉଲଘଂନଗୁଡ଼ିକୁ ରୋକିବା ଏବଂ ସାଇବର ବିପଦରୁ ରକ୍ଷା କରିବା ପାଇଁ ଏନକ୍ରିପସନ୍, ଫାୟାରୱାଲ୍ ଏବଂ ଆକସେସ୍ କଣ୍ଟ୍ରୋଲ୍ ଭଳି ପଦକ୍ଷେପ ଏଥିରେ ଅନ୍ତର୍ଭୂକ୍ତ । 

ଡାଟା ସୁରକ୍ଷା ହେଉଛି ସୂଚନା ପ୍ରଯୁକ୍ତିର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଏବଂ ସମ୍ବେଦନଶୀଳ ସୂଚନାର ଗୋପନୀୟତା, ଅଖଣ୍ଡତା ଏବଂ ଉପଲବ୍ଧତା ବଜାୟ ରଖିବା ପାଇଁ ଆବଶ୍ୟକ ହୋଇଥାଏ ।